ଅନନ୍ତ-ରାଧିକା ବିବାହରେ ଅତିଥିଙ୍କ ଦିଆଯିବ ପଶ୍ମିନା ଶଲ୍‌, ଜାଣନ୍ତୁ ଏହାର ଦାମ୍ କେତେ ?

Published By : Prameya-News7 Bureau | July 02, 2024 IST

ମୁମ୍ଵାଇ ୦୨।୦୭: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନି ଓ ରାଧିକା  ମର୍ଚ୍ଚାଣ୍ଟଙ୍କର ବିବାହ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ । ଇତିମଧ୍ୟରେ ଦମ୍ପତିଙ୍କର ବିବାହ କାର୍ଡ ସାମ୍ନାକୁ ଆସିଥିବାବେଳେ  କାର୍ଡ ସହିତ ଏକ ସ୍ୱତନ୍ତ୍ର ଉପହାର ଦେଇ ଭିଭିଆଇପି ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଛି । ତାହା ହେଉଛି କାଶ୍ମୀରର ଦୋରୁଖା ପଶ୍ମିନା  ଶଲ୍‌ । ଶଲ୍‌ର ଗୋଟିଏ ପାଶ୍ୱର୍ ନୀଳ ଓ ଗୋଟିଏ ପାଶ୍ୱର୍ ବାଇଗଣୀ ରଙ୍ଗର । ତା’ ଉପରେ ସୁନ୍ଦର ଏମ୍ବ୍ରୟଡୋରୀ କରାଯାଇଛି । 

ଦୋରୁଖା  ପଶ୍ମିନା ଶଲ୍‌ ଦେଖିବାକୁ ଯେତେ ସୁନ୍ଦର, ତା’ର ପ୍ରସ୍ତୁତିରେ ସେତେ  ଅଧିକ ସମୟ ଲାଗିଥାଏ । ଶଲ୍‌କୁ ପ୍ରସ୍ତୁତ କରିଥିବା ଶ୍ରୀନଗରର  ଗୁଲାମ ମହମ୍ମଦ ବେଗ୍‌ କହିଛନ୍ତି, ଏହା ନିଜର ଏମ୍ବ୍ରୟଡୋରୀ  ଲାଗି ପ୍ରସିଦ୍ଧ । ଏଥିରେ ପ୍ରତି ବର୍ଗ ସେମିରେ ୫୦୦ଟି ଷ୍ଟିଚ୍‌ ଥାଏ। ପ୍ରତି ଷ୍ଟିଚ୍‌କୁ ଏମିତି ଭାବେ କରାଯାଇଥାଏ ଯେପରିକି ଡିଜାଇନ୍‌  ଦୁଇପାଖରେ ସମାନ ଦେଖାଯିବ । ବିଳାସର ପ୍ରତୀକ ଏହି ଶଲ୍‌ର ପ୍ରସ୍ତୁତି ଲାଗି କୁଶଳତା ସହିତ ଧୈର୍ଯ୍ୟ ଓ ସମୟର ଆବଶ୍ୟକତା  ପଡି଼ଥାଏ । 

ବେଳେବେଳେ ଅର୍ଡର ମୁତାବକ ଏକ ମାଷ୍ଟରପିସ୍‌ ପଶ୍ମିନା ଶଲ୍‌  ପ୍ରସ୍ତୁତି ଲାଗି ଅଢ଼େଇ ବର୍ଷ ଯାଏ ସମୟ ଲାଗିଥାଏ । ଶଲ୍‌ରେ କରାଯାଇଥିବା   ଏମ୍ବ୍ରୟଡୋରୀ ଅନୁସାରେ ଏହାର ଦାମ୍‌ ସ୍ଥିର କରାଯାଏ । ହାଲୁକା ଏମ୍ବ୍ରୟଡୋରୀ  ଯୁକ୍ତ ଶଲ୍‌ ୧୦-୧୨ ହଜାର ଟଙ୍କା ପଡୁଥିବାବେଳେ ଅଧିକ ଏମ୍ବ୍ରୟଡୋରୀ ଯୁକ୍ତ  ଶଲ୍‌ ଆହୁରି ମହଙ୍ଗା ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.